ଅନ୍ନପୂର୍ଣ୍ଣା ଚ୍ୟାରିଟେବଲ୍ ଟ୍ରଷ୍ଟ, ପୁରୀ ପକ୍ଷରୁ ପଖାଳ ଦିବସ ପାଳିତ

ପୁରୀ, ମାର୍ଚ୍ଚ ୨୦, ୨୦୨୬:
ଅନ୍ନପୂର୍ଣ୍ଣା ଚ୍ୟାରିଟେବଲ୍ ଟ୍ରଷ୍ଟ, ପୁରୀ ପକ୍ଷରୁ ପଖାଳ ଦିବସ ଅବସରରେ ୨୦ ମାର୍ଚ୍ଚ ୨୦୨୬ ତାରିଖରେ ଏକ ସାର୍ଥକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରାୟ ୩୦ ଜଣ ବିଭିନ୍ନ ପେଶାର ସମ୍ମାନନୀୟ ବ୍ୟକ୍ତିବର୍ଗ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମକୁ ଗରିମାମୟ କରିଥିଲେ ପ୍ରଫେସର ପ୍ରଭାତ କୁମାର ମହାପାତ୍ର, ନିର୍ଦ୍ଦେଶକ, ସେଣ୍ଟ୍ରାଲ୍ ସଂସ୍କୃତ ୟୁନିଭର୍ସିଟି, ସହ ଅନ୍ୟାନ୍ୟ ଗଣ୍ୟମାନ୍ୟ ଅତିଥିମାନେ।
ଅତିଥି ଭାବେ ଉପସ୍ଥିତ ଥିଲେ ଡା. ହରପ୍ରସାଦ ମିଶ୍ର, କଳାନ୍ଦୀ ଚରଣ ପାତ୍ର, କୃପାସିନ୍ଧୁ ରାଉତ, ପ୍ରମୋଦ କୁମାର ଦାସ, ଦୁଖିଶ୍ୟାମ ମହାରଣା, କିଶୋର ଚନ୍ଦ୍ର ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର, ଦେବ ପ୍ରସାଦ ଦାସ, ଦେବରାଜ ପ୍ରଧାନ, ଆଲହାଦିନ ପ୍ରଧାନ, କୃଷ୍ଣ ସ୍ୱାଇନ, ଡା. ନାରାୟଣ ପାତି, ହରିଶଙ୍କର ମିଶ୍ର, ଡା. ଶଙ୍କର, ଅଶୋକ କୁମାର ଜେନା, ବୁମାଦେବ ନାୟକ, ନରହରି ମିଶ୍ର, ବୁଲୁ ମହାନ୍ତି ଓ ଗୋପାଳ ଇତ୍ୟାଦି ଅନେକ ସମ୍ମାନନୀୟ ବ୍ୟକ୍ତିବର୍ଗ।
ଏହି କାର୍ଯ୍ୟକ୍ରମଟି ଡା. ପ୍ରମୋଦ କୁମାର ଆଚାର୍ଯ୍ୟ, ଅଧ୍ୟକ୍ଷ ଓ ଶ୍ରୀ ମତୀ ଅନ୍ନପୁର୍ଣ୍ଣା ପାଣି ସମ୍ପାଦିକା, ଅନ୍ନପୂର୍ଣ୍ଣା ଚ୍ୟାରିଟେବଲ୍ ଟ୍ରଷ୍ଟଙ୍କ ନେତୃତ୍ୱରେ ସଫଳତାର ସହ ଆୟୋଜିତ ହୋଇଥିଲା।
ଏହା ସହ ଇନଷ୍ଟିଟ୍ୟୁଟ୍ ସଦସ୍ୟମାନେ ଯଥା ଶ୍ରୀ ପ୍ରତାପ ଚନ୍ଦ୍ର ଦାସ, ଏସ୍. ପି. ଜେନା, ତପନ ଆଚାର୍ଯ୍ୟ, ଅନିଲ କୁମାର ନାଏକ, ରାଜା ସାହୁ ଓ କିରଣ କୁମାର ସାହୁ ଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।
ଏହି ଅବସରରେ ସମସ୍ତେ ପାରମ୍ପରିକ ଓଡ଼ିଆ ଖାଦ୍ୟ ପଖାଳ ର ସ୍ୱାଦ ଆସ୍ୱାଦନ କରିଥିଲେ ଓ ଓଡ଼ିଶାର ସମୃଦ୍ଧ ସଂସ୍କୃତିକୁ ଉଜାଗର କରିଥିଲେ।
ଶେଷରେ ସାମାଜିକ ଏକତା, ସଂସ୍କୃତିର ସୁରକ୍ଷା ଓ ସେବାଭାବକୁ ଆଗେଇ ନେବା ପାଇଁ ସମସ୍ତେ ସଙ୍କଳ୍ପ ଗ୍ରହଣ କରି କାର୍ଯ୍ୟକ୍ରମର ସମାପନ ହୋଇଥିଲା।

Leave a Comment

Your email address will not be published. Required fields are marked *

Scroll to Top